ରାଜ୍ୟସ୍ତରୀୟ 'ଦୁର୍ନୀତି ନିବାରଣ ସଚେତନତା ସପ୍ତାହ' ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ସାଧୁତାର ଶପଥ ପାଠ କରାଇଛନ୍ତି। 'ସାଧୁତା ରୁ ସମୃଦ୍ଧି' ମନ୍ତ୍ର ସହ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଓ ସ୍ୱଚ୍ଛ ଶାସନ ପାଇଁ ସେ ଆହ୍ୱାନ ଦେଇଛନ୍ତି।
ଦୁର୍ନୀତିମୁକ୍ତ ଶାସନ ପାଇଁ ନୈତିକତା, ସ୍ୱଚ୍ଛତା ଓ ସାଧୁତା ଅପରିହାର୍ଯ୍ୟ । ସଚେତନତା ସପ୍ତାହ ଅବସରରେ ଆସନ୍ତୁ, ସଚ୍ଚୋଟତା ଓ ଦାୟିତ୍ୱବୋଧକୁ ଜୀବନର ମୂଳମନ୍ତ୍ର କରି ଏକ ସମୃଦ୍ଧ, ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଓଡ଼ିଶା ଗଠନରେ ସହଭାଗୀ ହେବା।
Integrity, transparency and probity are essential for corruption-free governance. On the occasion of Vigilance Awareness Week, let us embrace honesty and accountability as our guiding principles and work together to build a prosperous, transparent and corruption-free Odisha.
ଦୁର୍ନୀତିମୁକ୍ତ ଶାସନ, ସ୍ୱଚ୍ଛ ପ୍ରଶାସନ ଓ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱ ହେଉଛି ସୁଶାସନର ମୂଳମନ୍ତ୍ର। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୁର୍ନୀତିମୁକ୍ତ ଭାରତର ସଂକଳ୍ପକୁ ଆଗେଇ ନେଇ ଓଡ଼ିଶା ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ନିରପେକ୍ଷ ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଦୋଷୀଙ୍କୁ ଦଣ୍ଡବିଧାନ ମାଧ୍ୟମରେ ଜନସାଧାରଣଙ୍କ ଅର୍ଥର ସୁରକ୍ଷା ଏବଂ ପ୍ରଶାସନ ପ୍ରତି ଜନଆସ୍ଥା ବଜାଇ ରଖିବାକୁ ସରକାର ସଂକଳ୍ପବଦ୍ଧ ।
Good governance means transparent administration, accountability and zero tolerance for corruption. Following Hon’ble Prime Minister Shri Narendra Modi Ji’s vision of a corruption-free India, the Odisha Government is committed to protecting public funds through impartial legal action and strict punishment for the guilty.
ସୁଶାସନର ପ୍ରକୃତ ଅର୍ଥ ହେଉଛି ସରକାରଙ୍କ ପ୍ରତ୍ୟେକ ଟଙ୍କାର ସୁଫଳ ଯେପରି ସିଧାସଳଖ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ JAM ତ୍ରିଶକ୍ତି ମାଧ୍ୟମରେ ଡିଜିଟାଲ୍ ବ୍ୟବସ୍ଥା ଅଧିକ ସ୍ୱଚ୍ଛ, ସରଳ ଓ ଉତ୍ତରଦାୟୀ ହୋଇପାରିଛି । ଏହା ଦୁର୍ନୀତି ଓ ଅର୍ଥର ବାଟମାରଣାକୁ ରୋକିବା ସହ ଗରିବ ଓ ଯୋଗ୍ୟ ହିତାଧିକାରୀଙ୍କ ଅଧିକାରକୁ ସୁନିଶ୍ଚିତ କରୁଛି ।
Good governance means ensuring every rupee reaches the rightful beneficiary. Under the visionary leadership of Hon’ble Prime Minister Shri Narendra Modi Ji, the JAM trinity has strengthened transparency, curbed corruption and ensured that the poor receive their rightful benefits.
ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ଗତିପଥକୁ ଲକ୍ଷ୍ୟ ରଖି ତୃଣମୂଳ ସ୍ତରରେ ସୁରକ୍ଷା ଓ ସଚେତନତା ବ୍ୟବସ୍ଥାକୁ ତ୍ୱରାନ୍ୱିତ କରାଯାଉଛି। ଉପକୂଳ ତଥା ପ୍ରଭାବିତ ଅଞ୍ଚଳର ବାତ୍ୟା ଆଶ୍ରୟସ୍ଥଳଗୁଡ଼ିକରେ ପ୍ରାଥମିକ ସୁବିଧା ଏବଂ ରିଲିଫ୍ ସାମଗ୍ରୀ ମୁତୟନ ପ୍ରକ୍ରିୟା ଜାରି ରହିଛି। ଜନସାଧାରଣ ଭୟଭୀତ କିମ୍ବା ବିଭ୍ରାନ୍ତ ନହୋଇ ପ୍ରଶାସନିକ ସୂଚନା ଉପରେ ନଜର ରଖିବା ସହ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ ।
In view of Cyclone 'Arnab', field-level safety and preparedness measures are underway across vulnerable areas. Citizens are urged to stay alert, avoid rumors, and rely on official advisories.
ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୧ତମ ଜନ୍ମବାର୍ଷିକୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରସ୍ଥିତ 'ଷ୍ଟାଚ୍ୟୁ ଅଫ୍ ୟୁନିଟି' ପରିସରରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ୟାରେଡ୍ରେ ଯୋଗଦେବା ନିମନ୍ତେ ଭୁବନେଶ୍ୱର ନୂଆ ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍କୁ ପତାକା ଦେଖାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଛନ୍ତି । ରାଜ୍ୟର ୧୯ଟି ନକ୍ସଲମୁକ୍ତ ଜିଲ୍ଲାରୁ ପ୍ରାୟ ଏକ ହଜାର ପ୍ରତିନିଧି ଏହି ଟ୍ରେନ୍ ଯୋଗେ ଶାନ୍ତି, ସୁରକ୍ଷା ଓ ପ୍ରଗତିର ବାର୍ତ୍ତା ବହନ କରି ଓଡ଼ିଶାର ପ୍ରତିନିଧିତ୍ୱ କରିବାକୁ ଯାତ୍ରା ଆରମ୍ଭ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶା ଆଜି ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇ ଦ୍ରୁତ ବିକାଶ ପଥରେ ଆଗେଇ ଚାଲିଛି, ଯେଉଁଥିରେ 'ଗ୍ରାମୋଦୟ ପ୍ଲସ୍' ଭଳି ଯୋଜନା ଜରିଆରେ ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମି ଓ ସାମାଜିକ ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି।
ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ଡିଜିଟାଲ୍ ଭିତ୍ତିଭୂମି ହେଉଛି ଅଧିକ ସୁଦୃଢ଼। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଜଟଣୀରେ ₹୧୬୯ କୋଟିର RBI ଡାଟା ସେଣ୍ଟର ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ୍ ଅର୍ଥନୀତିକୁ ନୂଆ ଶକ୍ତି ପ୍ରଦାନ କରିବା ସହ ଡାଟା ସୁରକ୍ଷା ଓ ସାଇବର ସୁରକ୍ଷାକୁ ଅଧିକ ସୁଦୃଢ଼ କରିବ।
ଓଡ଼ିଶାର ସମୃଦ୍ଧ କୃଷି ଐତିହ୍ୟ ଓ ପାରମ୍ପରିକ ଚାଉଳକୁ ବିଶ୍ୱବଜାରରେ ନୂଆ ପରିଚୟ ଦେବା ଦିଗରେ ଲୋକଙ୍କ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ଭାରତ ଅନ୍ତର୍ଜାତୀୟ ଚାଉଳ ସମ୍ମିଳନୀ-୨୦୨୬ରେ ଓଡ଼ିଶାର ଅଂଶଗ୍ରହଣ ଏବଂ ଓରମାସ୍କୁ BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬ରେ ସମ୍ମାନିତ କରାଯିବା ଓଡ଼ିଶା ପାଇଁ ଗର୍ବର ବିଷୟ । ଏହା ରାଜ୍ୟର ସ୍ୱତନ୍ତ୍ର ଚାଉଳ କିସମର ପ୍ରଚାରପ୍ରସାର ସହ କୃଷକଙ୍କ ଆୟ ବୃଦ୍ଧି, ଗ୍ରାମୀଣ ରୋଜଗାର ସୃଷ୍ଟି ଓ ପାରମ୍ପରିକ କୃଷି ଐତିହ୍ୟର ସଂରକ୍ଷଣକୁ ନୂଆ ଦିଗ ଦେବ ।
Odisha’s traditional rice varieties are gaining global recognition, strengthening our agricultural heritage, farmers’ income and rural livelihoods. ORMAS receiving the BIRC Global Excellence Award 2026 marks a proud milestone for Odisha.
The inauguration of the ₹169-crore RBI Data Centre and Cybersecurity Training Institute in Odisha by Hon’ble Prime Minister Shri @narendramodi Ji marks a major leap in strengthening India’s digital financial infrastructure. From securing critical payment systems to advancing cybersecurity training and research, this initiative will reinforce Odisha’s growing technology ecosystem and contribute to a digitally empowered India.
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଭୁବନେଶ୍ୱର ଜଟଣୀସ୍ଥିତ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଅତ୍ୟାଧୁନିକ ଡାଟା ସେଣ୍ଟର ଓ ସାଇବର ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ର ଉଦ୍ଘାଟନ କରିଛନ୍ତି। ଏହି ଗରିମାମୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha, ମାନ୍ୟବର ରାଜ୍ୟପାଳ ଶ୍ରୀ @BrajmohanRamIN, ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ @nsitharaman ଏବଂ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହ ଯୋଗଦେଇଛନ୍ତି।
ଏହି ବିଶ୍ୱସ୍ତରୀୟ ପ୍ରକଳ୍ପ ଓଡ଼ିଶାର ଡିଜିଟାଲ ଓ ଆର୍ଥିକ ଭିତ୍ତିଭୂମିକୁ ନୂଆ ସାମର୍ଥ୍ୟ ପ୍ରଦାନ କରିବା ସହ ରାଜ୍ୟକୁ ପୂର୍ବ ଭାରତର ପ୍ରମୁଖ ଫିନଟେକ୍ ହବ୍ ଭାବେ ଗଢ଼ିତୋଳିବାରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ଏହି ଦୂରଦୃଷ୍ଟିସମ୍ପନ୍ନ ପଦକ୍ଷେପ ‘ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ’ ସଂକଳ୍ପକୁ ଆହୁରି ସୁଦୃଢ଼ କରିବ।
Hon’ble Chief Minister Shri @MohanMOdisha joined Hon’ble Prime Minister Shri @narendramodi at the inauguration of the state-of-the-art RBI Data Centre & Cybersecurity Training Institute at Jatni, Bhubaneswar. This landmark project will strengthen Odisha’s digital infrastructure and accelerate its emergence as a leading fintech hub in Eastern India.
ଗଞ୍ଜାମ ଜିଲ୍ଲା, ଛତ୍ରପୁର ତହସିଲର ସମୀର ନାୟକ (ପିତା - ଭଗବାନ ନାୟକ)ଙ୍କର ଦୁଃଖଦ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF)ରୁ ₹୪ ଲକ୍ଷର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।
ମହାପ୍ରଭୁଙ୍କ ଆଶୀର୍ବାଦରେ ଭୁବନେଶ୍ୱରରେ RBI ଡାଟା ସେଣ୍ଟର ଓ ସାଇବର ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍ର ଶୁଭାରମ୍ଭ ଓଡ଼ିଶାର ଡିଜିଟାଲ୍ ଭିତ୍ତିଭୂମିକୁ ନୂଆ ଶକ୍ତି ପ୍ରଦାନ କରିବ। ଏହି ଦୁଇଟି ଅନୁଷ୍ଠାନ ରାଜ୍ୟ ସହ ସମଗ୍ର ଦେଶର ଡିଜିଟାଲ୍ ସୁରକ୍ଷା ଓ ପ୍ରଯୁକ୍ତିଗତ ପ୍ରଗତିକୁ ନୂଆ ଦିଗ ଦେବ।
With Mahaprabhu’s blessings, the RBI Data Centre and Cybersecurity Training Institute in Bhubaneswar will boost Odisha’s digital infrastructure, security and technological growth.
— Hon’ble Prime Minister Shri @narendramodi
CMO Odisha retweeted
A major step towards a more secure financial system. The RBI's new facilities in Bhubaneswar will strengthen digital infrastructure and cybersecurity capabilities. @RBI xitter.cf/i/broadcasts/1AGRnZDpp…
Under the leadership of Hon’ble Chief Minister Shri Mohan Charan Majhi, another step has been taken towards taking Odisha’s rural products to global markets.
At BIRC 2026, ORMAS showcased the rich diversity of Odisha’s agricultural produce and indigenous products, connecting them with wider market opportunities. This initiative will help empower rural producers, strengthen market linkages and take Odisha’s unique products to the global stage.
ଲୋକଙ୍କ ସରକାରରେ ପରିବେଶ ଅନୁକୂଳ ଓ ଆଧୁନିକ ପରିବହନ ବ୍ୟବସ୍ଥାକୁ ମିଳୁଛି ନୂଆ ଗତି। ପିଏମ୍ ଇ-ବସ୍ ସେବା ଅଧୀନରେ ୨୬ଟି ନୂତନ ଇ-ବସ୍ର ଶୁଭାରମ୍ଭ ସହ ଆଗାମୀ ଦିନରେ ଆଉ ୫୫୦ଟି ଇ-ବସ୍, ମିଡି ଓ ମିନି ବସ୍ ସାମିଲ ହେବ। ଏହାଦ୍ୱାରା ଆଉ ୯ଟି ସହରକୁ ଆମ ବସ୍ ସେବା ସମ୍ପ୍ରସାରିତ ହୋଇ ଜନସାଧାରଣଙ୍କ ଯାତ୍ରା ହେବ ଅଧିକ ସୁବିଧାଜନକ ଓ ପରିବେଶ ଅନୁକୂଳ।
Odisha is strengthening eco-friendly public transport with 26 new e-buses under PM-eBus Sewa, with 550 more buses planned to expand Ama Bus services to 9 additional cities.
ଲୋକସେବା ଭବନରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ସବିଶେଷ ସମୀକ୍ଷା କରି ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
✅ ସମ୍ଭାବ୍ୟ ବର୍ଷାର ଆଶଙ୍କା ଥିବାରୁ ଗଞ୍ଜାମ, ଗଜପତି, ରାୟଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅକ୍ଟୋବର ୨୮ ଓ ୨୯ ତାରିଖ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି ବନ୍ଦ ରହିବ । ଅନ୍ୟାନ୍ୟ ଜିଲ୍ଲାରେ ପରିସ୍ଥିତିକୁ ଅନୁଧ୍ୟାନ କରି ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ନେଇ ସଂପୃକ୍ତ ଜିଲ୍ଲାପାଳମାନେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।
✅ ଉଦ୍ଧାର ଓ ସହାୟତା କାର୍ଯ୍ୟ ପାଇଁ ୩୦୨ଟି ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯାଇଛି ।
✅ ତଳିଆ ଅଞ୍ଚଳରୁ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ସହ ଗର୍ଭବତୀ ମହିଳା ଓ ରୋଗୀମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ସାପ କାମୁଡ଼ା ଇଞ୍ଜେକ୍ସନ୍, ଆବଶ୍ୟକୀୟ ଔଷଧ ଏବଂ ଚିକିତ୍ସା କିଟ୍ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
✅ ବାତ୍ୟା ପରବର୍ତ୍ତୀ ସ୍ଥିତିରେ ରାସ୍ତା ସଫା, ବିଦ୍ୟୁତ୍ ଏବଂ ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବା ପାଇଁ ସମସ୍ତ ଇଞ୍ଜିନିୟରିଂ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସମସ୍ତ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ଏବଂ 'Whole of Government Approach'କୁ ଆଧାର କରି ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର, ଜରୁରୀ ସେବା ସ୍ୱାଭାବିକୀକରଣ ତଥା ଚାଷୀଙ୍କ ଫସଲ ସୁରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଦୃଢ଼ ନିର୍ଦ୍ଦେଶ ଦେଇଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରଠାରେ ‘ନ୍ୟାସନାଲ୍ ଅର୍ବାନ୍ କନ୍କ୍ଲେଭ୍ ୨୦୨୬’ର ଉଦ୍ଘାଟନ କରିବା ସହ ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର୍ ଅର୍ଥନୀତି ଓ ୪୦ ପ୍ରତିଶତ ସହରୀକରଣ ଲକ୍ଷ୍ୟ ହାସଲ ପାଇଁ ଅତ୍ୟାଧୁନିକ ତଥା ସମାବେଶୀ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ଅବସରରେ ପିଏମ୍ ଇ-ବସ୍ ସେବା ଯୋଜନାରେ ୨୬ଟି ନୂତନ ଇ-ବସ୍ର ଶୁଭାରମ୍ଭ କରାଯାଇଛି ଏବଂ ଆଗାମୀ ଦିନରେ ବାରିପଦା, ବାଲେଶ୍ୱର, ଅନୁଗୋଳ, ଝାରସୁଗୁଡ଼ା ସମେତ ୯ଟି ନୂଆ ସହରକୁ ଏହି ସେବା ସମ୍ପ୍ରସାରିତ ହେବ।
Our focus is on building inclusive, well-planned and future-ready cities in Odisha. : Hon'ble CM Shri @MohanMOdisha
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଇଣ୍ଡିଆ କେମ୍ ୨୦୨୬ ମାଧ୍ୟମରେ ଓଡ଼ିଶାର ଶିଳ୍ପ ନିବେଶ ସମ୍ଭାବନାକୁ ନୂଆ ଦିଗ ମିଳିଛି। ଏହି ସମ୍ମିଳନୀରେ ୨୫ଟି ୱାନ୍-ଟୁ-ୱାନ୍ ବୈଠକ ସହ ୯ଟି ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଥିବାବେଳେ ୪ଟି ନିବେଶ ଆଗ୍ରହପତ୍ର (Investment Intent) ମିଳିଛି। ଏହାଦ୍ୱାରା ରାଜ୍ୟରେ ପ୍ରାୟ ୫୪,୦୦୦ କୋଟି ଟଙ୍କାର ସମ୍ଭାବ୍ୟ ନିବେଶ ଏବଂ ୨୦,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟିର ଆଶା ରହିଛି।
Odisha has strengthened its investment prospects at India Chem 2026, with 9 MoUs and 4 Investment Intents representing a potential investment of ₹54,000 crore and 20,000 employment opportunities.
#IndiaChem2026 #InvestInOdisha #SamruddhaOdisha













