ଯୁବପିଢ଼ିଙ୍କ ମଧ୍ୟରେ ନିର୍ବାଚନୀ ସଚେତନତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମତଦାନର ଗୁରୁତ୍ୱ ସମ୍ପର୍କରେ ଜ୍ଞାନ ବୃଦ୍ଧି ନିମନ୍ତେ ନିର୍ବାଚନ ସାକ୍ଷରତା କ୍ଲବ୍ (ELC) ମାଧ୍ୟମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ପ୍ରବନ୍ଧ ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
ସୌର ଶକ୍ତିର ବ୍ୟବହାର ସମ୍ପର୍କରେ ଜନସଚେତନତା ସୃଷ୍ଟି ଓ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ TPWODL ପକ୍ଷରୁ ଆରମ୍ଭ ହୋଇଥିବା ‘ସୋଲାର ରଥ’ ପ୍ରଚାର ଯାନକୁ ଜିଲ୍ଲାପାଳ, ବଲାଙ୍ଗିର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗିର ଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ, ବଲାଙ୍ଗିର କୁନି ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ ।
କ୍ରୀଡ଼ା କ୍ଷେତ୍ରରେ ବଲାଙ୍ଗିରର ଗୌରବ ବଢ଼ାଇଥିବା ପ୍ରଥମ ୧୮ ବର୍ଷରୁ କମ୍ ଓ ଷଷ୍ଠ ୨୫ ବର୍ଷରୁ କମ୍ ଜାତୀୟ ଲନ୍ ବଲ୍ ଚାମ୍ପିଅନସିପ୍ର ପଦକ ବିଜେତା ଯୁବ କ୍ରୀଡ଼ାବିତ୍ମାନଙ୍କୁ ଜିଲ୍ଲାପାଳ ହାର୍ଦ୍ଦିକ ଅଭିନନ୍ଦନ ଓ ଉଜ୍ଜ୍ୱଳ ଭବିଷ୍ୟତର ଶୁଭକାମନା ଜଣାଇଥିଲେ ।
ଜିଲ୍ଲାପାଳ, ବଲାଙ୍ଗିର ଅନ୍ତରଲା ଗ୍ରାମର ଉତ୍ପାଦକ ଗୋଷ୍ଠୀ ପରିଦର୍ଶନ କରି ଗୋଷ୍ଠୀର ସଦସ୍ୟମାନଙ୍କ ଜୀବିକା ନିର୍ବାହ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଏହାର ଉନ୍ନତି ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ, ବଲାଙ୍ଗିର ଅର୍ଡl ଜଳପ୍ରପାତ ଓ ବୁଢ଼ାଡଙ୍ଗର ପାହାଡ଼ ପରିଦର୍ଶନ କରିଥିଲେ ।
ଜିଲ୍ଲାପାଳ, ବଲାଙ୍ଗିର ବନ୍ଧପଡ଼ା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ୱାସ୍ଥ୍ୟସେବାର ଗୁଣବତ୍ତା, ରୋଗୀଙ୍କୁ ମିଳୁଥିବା ସୁବିଧା ଏବଂ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଥିଲେ
ଅଦ୍ୟ ତା: ୦୩।୧୧।୨୦୨୬ ରିଖରେ ସ୍ୱତନ୍ତ୍ର ଯୋଜନା ପ୍ରାଧିକରଣ (Special Planning Authority) ସମ୍ପର୍କିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା ପାଇଁ ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆୟୋଜିତ ହୋଇଥିଲା।
ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଓ ସମାଧାନ ବ୍ୟବସ୍ଥା ଅନ୍ତର୍ଗତ ଆୟୁଷ୍ମାନ ଭାରତ–ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB-PMJAY) ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (GJAY) ସମ୍ପର୍କିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଯୋଗଦେଇ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଓ ହିତାଧିକାରୀଙ୍କୁ ସୁବିଧା ଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ। @dept_ga
ଅଦ୍ୟ ତା :୦୨।୧୧।୨୦୨୬ ରିଖରେ ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର, ବଲାଙ୍ଗିର ଠାରେ ଜିଲ୍ଲାପାଳ, ବଲାଙ୍ଗିର ଓ ଆରକ୍ଷୀ ଅଧୀକ୍ଷକ, ବଲାଙ୍ଗିରଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।(୧/୨)
@dept_ga
ଅଦ୍ୟ ତା : ୦୧।୧୧।୨୦୨୬ ରିଖରେ ବଲାଙ୍ଗିର ଦିନ୍ ପାଳନ ଅବସରରେ ଜିଲ୍ଲାପାଳ, ବଲାଙ୍ଗିର କୋଶଳ କଳାମଣ୍ଡଳ ପଡ଼ିଆଠାରେ ଆୟୋଜିତ ସମାରୋହରେ ଯୋଗଦେଇ ମାଟିର କଳା, ସଂସ୍କୃତି, ପରମ୍ପରା ଓ ଗୌରବମୟ ଐତିହ୍ୟକୁ ଉଜ୍ଜ୍ୱଳ କରିବାର ଆହ୍ୱାନ ଜଣାଇଥିଲେ ।
କୃଷି କ୍ଷେତ୍ରରେ ଡିଜିଟାଲ ରୂପାନ୍ତରଣ ଓ ଚାଷୀଙ୍କୁ ସୁବିଧାଜନକ ସେବା ପ୍ରଦାନ ଲକ୍ଷ୍ୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏଗ୍ରିଷ୍ଟାକ୍ (AgriStack) ସମ୍ପର୍କିତ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ଓ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାପାଳ, ବଲାଙ୍ଗିରଙ୍କ ଅଧ୍ୟକ୍ଷତାରେ PMG ପୋର୍ଟାଲରେ ରହିଥିବା ପ୍ରମୁଖ ପ୍ରକଳ୍ପ ଗୁଡିକର ସ୍ଥିତି ସମୀକ୍ଷା ସହ ତ୍ୱରିତ ଓ ସମୟବଦ୍ଧ ସମାଧାନ ନିମନ୍ତେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ଅବସରରେ ଜିଲ୍ଲାପାଳ ବଲାଙ୍ଗିର ଡିଏଫ୍ଓଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇ ଦୁର୍ନୀତିମୁକ୍ତ ସମାଜ ଗଠନ, ସଚ୍ଚୋଟତା ଓ ସ୍ୱଚ୍ଛତାର ଆବଶ୍ୟକତା ଉପରେ ନିଜର ମତବ୍ୟକ୍ତ କରିଥିଲେ।
ବଲାଙ୍ଗିରସ୍ଥିତ ଜିଲ୍ଲା ନିଶାମୁକ୍ତି କେନ୍ଦ୍ର ପରିଦର୍ଶନ ଅବସରରେ ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ରୀୟ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀଙ୍କ ସହ ଜିଲ୍ଲାପାଳ, ବଲାଙ୍ଗିର ଉପସ୍ଥିତ ରହିଥିଲେ ଏବଂ କେନ୍ଦ୍ରର କାର୍ଯ୍ୟକଳାପ ସମ୍ପର୍କରେ ଅବଗତ ହୋଇଥିଲେ l
ବଲାଙ୍ଗିର କେନ୍ଦ୍ରୀୟ ବିଦ୍ୟାଳୟଠାରେ ମାନ୍ୟବର କେନ୍ଦ୍ରୀୟ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ, ଭାରତ ସରକାରଙ୍କ ପରିଦର୍ଶନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ବଲାଙ୍ଗିର ଉପସ୍ଥିତ ଥିଲେ।
ଦିବ୍ୟାଙ୍ଗଜନଙ୍କ ଦକ୍ଷତା ବିକାଶ, ପୁନର୍ବାସ ଓ ସଶକ୍ତିକରଣ ନିମନ୍ତେ ସମନ୍ୱିତ ଆଞ୍ଚଳିକ କେନ୍ଦ୍ର, ବଲାଙ୍ଗିରଠାରେ ଭାରତ ସରକାରଙ୍କ ମାନ୍ୟବର କେନ୍ଦ୍ରୀୟ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡ. ବୀରେନ୍ଦ୍ର କୁମାରଙ୍କ ଗସ୍ତ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ବଲାଙ୍ଗିର ଯୋଗଦେଇଥିଲେ।
ବଲାଙ୍ଗିର ସହର ସ୍ଥିତ ନୂଆ ସରକାରୀ ବସ୍ଷ୍ଟାଣ୍ଡ ପରିଦର୍ଶନ କରି ଜିଲ୍ଲାପାଳ, ବଲାଙ୍ଗିର ସେଠାର ସୁବିଧା ସୁଯୋଗ ଓ ପରିଚାଳନା ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ପରିସରରେ ଥିବା ସୁଭଦ୍ରା କାଫେ ନିରୀକ୍ଷଣ କରିଥିଲେ ।
ଅଦ୍ୟ ତା : ୨୬।୧୦।୨୦୨୬ ରିଖରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ପୁଇଁତଳା ଠାରେ ଜିଲ୍ଲାପାଳ, ବଲାଙ୍ଗିର ଓ ଆରକ୍ଷୀ ଅଧୀକ୍ଷକ, ବଲାଙ୍ଗିରଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା।(୧/୨)
@dept_ga



































































