Collector & DM, Baragada retweeted
🗳️ ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR)-୨୦୨୭ ଘୋଷଣା
ଭାରତର ନିର୍ବାଚନ ଆୟୋଗ ପକ୍ଷରୁ ଓଡ଼ିଶା ସମେତ ୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ୦୧.୦୧.୨୦୨୭କୁ ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR-2027) କାର୍ଯ୍ୟକ୍ରମ ଘୋଷଣା କରାଯାଇଛି।
📌 ଗୁରୁତ୍ୱପୂର୍ଣ୍ଣ ତାରିଖ:
🔹 ମତଦାନ କେନ୍ଦ୍ରଗୁଡ଼ିକର ପୁନର୍ବିନ୍ୟାସ/ ପୁନଃ ସଜ୍ଜିକରଣ: ୨୦.୧୧.୨୦୨୬ ସୁଦ୍ଧା
🔹 ସମନ୍ୱିତ ଚିଠା ଭୋଟର ତାଲିକା ପ୍ରକାଶ: ୩୦.୧୧.୨୦୨୬
🔹 ଦାବି ଓ ଆପତ୍ତି ଦାଖଲ: ୩୦.୧୧.୨୦୨୬ ରୁ ୩୦.୧୨.୨୦୨୬
🔹 ଦାବି ଓ ଆପତ୍ତିର ଫଇସଲା: ୧୬.୦୧.୨୦୨୭ ସୁଦ୍ଧା
🔹 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୨୧.୦୧.୨୦୨୭
ଓଡ଼ିଶାର ସମସ୍ତ ଯୋଗ୍ୟ ନାଗରିକ, ବିଶେଷକରି ଯୁବ ଓ ପ୍ରଥମ ଥର ଭୋଟର ହେବାକୁ ଯାଉଥିବା ନାଗରିକମାନେ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରିବା ସହ ତାଲିକାରେ ନିଜ ନାମ ଯାଞ୍ଚ କରନ୍ତୁ।
କୌଣସି ଯୋଗ୍ୟ ଭୋଟର ବାଦ୍ ନ ପଡ଼ନ୍ତୁ। ପ୍ରତ୍ୟେକ ଭୋଟ ଗୁରୁତ୍ୱପୂର୍ଣ୍ଣ।
#SSR2027 #CEO_Odisha #Odisha #VoterRegistration #ECI
Collector & DM, Baragada retweeted
📢 ଭୋଟରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ!
ଭାରତ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମୟରେ ପ୍ରକାଶିତ ଚିଠା ଭୋଟର ତାଲିକାରେ ଯେଉଁ ଭୋଟରଙ୍କ ନାମ ସ୍ଥାନ ପାଇନାହିଁ, ସେମାନେ ପୂର୍ବରୁ ଭୋଟର ଭାବେ ପଞ୍ଜୀକୃତ ଥିଲେ ମଧ୍ୟ ଭୋଟର ତାଲିକାରେ ନିଜ ନାମ ସାମିଲ କରିବା ପାଇଁ ଫର୍ମ-୬ ଦାଖଲ କରିପାରିବେ। ଏହି ସୁବିଧା SIR ସମୟରେ ଏବଂ ପରବର୍ତ୍ତୀ ନିରନ୍ତର ଅଦ୍ୟତନ (Continuous Updation) ସମୟରେ ମଧ୍ୟ ଉପଲବ୍ଧ।
✅ ପୂର୍ବରୁ ଭୋଟର ଭାବେ ପଞ୍ଜୀକୃତ ଥିଲେ ଏବଂ ପରବର୍ତ୍ତୀ ସମୟରେ ଭୋଟର ତାଲିକାରୁ ନାମ ବାଦ୍ ପଡ଼ିଥିଲେ ମଧ୍ୟ, ଫର୍ମ-୬ ଦାଖଲ କରିବାରେ କୌଣସି ବାଧା ନାହିଁ।
✅ ଏଭଳି ପରିସ୍ଥିତିରେ ଫର୍ମ-୬ ଦାଖଲ କରିବା ନିଜେ ଏକ ମିଥ୍ୟା ଘୋଷଣା ନୁହେଁ।
✅ ନିର୍ଦ୍ଧାରିତ ସର୍ତ୍ତାବଳୀ ପୂରଣ ହୋଇଥିଲେ, କେବଳ ପୂର୍ବରୁ ଭୋଟର ତାଲିକାରେ ନାମ ଥିବା କାରଣରୁ ଲୋକପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୩୧ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ।
ଚିଠା ଭୋଟର ତାଲିକାରେ ନାମ ନଥିବା ଯୋଗ୍ୟ ଭୋଟରମାନେ ଦାବି ଓ ଆପତ୍ତି ଅବଧିରେ କିମ୍ବା ପରବର୍ତ୍ତୀ ନିରନ୍ତର ଅଦ୍ୟତନ ସମୟରେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ଫର୍ମ-୬ ଦାଖଲ କରି ନିଜ ନାମ ସାମିଲ କରାଇପାରିବେ।
ଆପଣଙ୍କ ଭୋଟ୍, ଆପଣଙ୍କ ଅଧିକାର। ଭୋଟର ତାଲିକାରେ ନିଜ ନାମ ନିଶ୍ଚିତ କରନ୍ତୁ।
#ECI #SIR2026 #Form6 #ContinuousUpdation #VoterRegistration
ବରଗଡ଼ ଜିଲ୍ଲାର କୋଟନା ଗ୍ରାମର ସସ୍ମିତା ବାଗଙ୍କୁ ତାଙ୍କର ସଂଘର୍ଷ, ଦୃଢ଼ ଇଚ୍ଛାଶକ୍ତି, ବୈଷୟିକ ଶିକ୍ଷା ଏବଂ ଅନ୍ୟ କିଶୋରୀମାନଙ୍କୁ ଶିକ୍ଷା ଜାରି ରଖିବାରେ ସହଯୋଗ ପାଇଁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ସମ୍ମାନିତ କରିଛନ୍ତି l ସସ୍ମିତାଙ୍କ ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣା !
#ADVIKA #adolescent
Collector & DM, Baragada retweeted
🎯 ୧୮ ବର୍ଷ ହେଲାଣି? ଏବେ ଆପଣଙ୍କ ପାଳି! 🗳️
✨ ନୂଆ ବୟସ, ନୂଆ ପରିଚୟ, ନୂଆ ଦାୟିତ୍ୱ!
ଆପଣଙ୍କ ବୟସ ୧୮ ବର୍ଷ ପୂରଣ ହୋଇଛି କି? ତେବେ ଆଉ ଡେରି କାହିଁକି? 📱
✅ ECINET App ଡାଉନଲୋଡ୍ କରନ୍ତୁ।
✅ ନିଜ ମୋବାଇଲ୍ରୁ Form 6 ଦାଖଲ କରନ୍ତୁ।
✅ ନୂଆ ଭୋଟର ଭାବେ ପଞ୍ଜୀକରଣ କରି ଗଣତନ୍ତ୍ରର ଯାତ୍ରାରେ ସାମିଲ ହୁଅନ୍ତୁ।
🗳️ ଆପଣଙ୍କ ପ୍ରଥମ ଭୋଟ୍, ଗଣତନ୍ତ୍ର ପାଇଁ ଏକ ଶକ୍ତିଶାଳୀ ପଦକ୍ଷେପ!
ଯୁବଶକ୍ତି ହିଁ ଗଣତନ୍ତ୍ରର ଶକ୍ତି। 🇮🇳
#YouthForDemocracy #NewVoter #Form6 #ECINETApp #CEOOdisha #EveryVoteMatters
ଅତାବିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଏସ୍.ପିଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସମୁଦାୟ ୭୫ଟି (୩୯ ବ୍ୟକ୍ତିଗତ ଓ ୩୬ ସାମୁହିକ) ଅଭିଯୋଗ ଗ୍ରହଣ କରାଯାଇ ସେଗୁଡ଼ିକର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
#GrievanceRedressal
ବରଗଡ଼ରେ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ସମାରୋହ ଅନୁଷ୍ଠିତ ହୋଇଯାଇଛି! ଦୁର୍ନୀତି ବିରୋଧରେ ସଚେତନତା ସୃଷ୍ଟି ପାଇଁ ଛାତ୍ରଛାତ୍ରୀ ଓ ଏସ୍.ଏଚ୍.ଜି ମାଆ ମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ। ଦୁର୍ନୀତି ସମ୍ପର୍କରେ ସୂଚନା ଦେବା ପାଇଁ ୧୦୬୪ ନମ୍ବରକୁ ସମ୍ପର୍କ କରନ୍ତୁ।
@OdishaVigilance @IPR_Odisha
Collector & DM, Baragada retweeted
💙 ୧୮ ବର୍ଷ ହୋଇଗଲାଣି? ଏବେ ଆପଣଙ୍କ ପାଳି! 🗳️
🇮🇳 ପ୍ରଥମ ଭୋଟ୍, ଗଣତନ୍ତ୍ର ପାଇଁ ପ୍ରଥମ ପଦକ୍ଷେପ!
ଆପଣଙ୍କ ଭୋଟ୍, ଆପଣଙ୍କ ସ୍ୱର। ନିଜ ଅଧିକାରକୁ ସଶକ୍ତ କରନ୍ତୁ ଏବଂ ଗଣତନ୍ତ୍ରର ଅଂଶ ହୁଅନ୍ତୁ।
📝 Form-୬ ପୂରଣ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରନ୍ତୁ।
📲 ଅନଲାଇନ୍: voters.eci.gov.in
📱 ECINET ଆପ୍ ମାଧ୍ୟମରେ
🤝 ଅଥବା ନିଜ ଅଞ୍ଚଳର BLOଙ୍କ ସହ ଯୋଗାଯୋଗ କରନ୍ତୁ।
📞 ଭୋଟର ହେଲ୍ପଲାଇନ୍: ୧୯୫୦
💙 ଆଜିର ପଞ୍ଜୀକରଣ, ଆସନ୍ତାକାଲିର ସଶକ୍ତ ଗଣତନ୍ତ୍ର!
#NewVoter #Form6 #VoterRegistration #CEOOdisha #ECI #EveryVoteMatters
ରାଜବୋଡ଼ାସମ୍ବର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ! ୩୨ଟି ଅଭିଯୋଗର ଶୁଣାଣି କରାଯାଇ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
#PublicGrievance
ବରଗଡ଼ ଜିଲ୍ଲାରେ 'ଦୁର୍ନୀତି ନିବାରଣ ସପ୍ତାହ' ଶୁଭାରମ୍ଭ ହୋଇଛି।
ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ ସ୍ୱଚ୍ଛ ପ୍ରଶାସନ ଓ ଦୁର୍ନୀତି ବିରୋଧରେ ସାଧୁତାର ଶପଥ ନେଇଛନ୍ତି।
@OdishaVigilance @IPR_Odisha
ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ମା'ଙ୍କ କୃପାରୁ ଆପଣଙ୍କ ଜୀବନ ଧନ, ଧାନ୍ୟ ଓ ସୌଭାଗ୍ୟରେ ଭରିଯାଉ!ସମସ୍ତଙ୍କ ଘରେ ସୁଖ, ଶାନ୍ତି ଏବଂ ପ୍ରଚୁର ସମୃଦ୍ଧିର ଆଗମନ ହେଉ, ଏହାହିଁ କାମନା।
ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଆପଣ ଏବଂ ଆପଣଙ୍କ ପରିବାରକୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା!
#KumarPurnima #Baragada #OdiaCulture
Collector & DM, Baragada retweeted
ପ୍ରତ୍ୟେକ ଭୋଟରଙ୍କ ଗଣତାନ୍ତ୍ରିକ ଯାତ୍ରାର ପ୍ରଥମ ପଦକ୍ଷେପ ହେଉଛି ଭୋଟର ପଞ୍ଜୀକରଣ! 🗳️
ନୂଆ ନାମ ଯୋଡ଼ିବା ହେଉ କିମ୍ବା ଥିବା ତଥ୍ୟରେ ସଂଶୋଧନ, ପ୍ରତ୍ୟେକ ଆବଶ୍ୟକତା ପାଇଁ ରହିଛି ଉପଯୁକ୍ତ ଫର୍ମ। ✅
📋 ଜାଣନ୍ତୁ, କେଉଁ କାମ ପାଇଁ କେଉଁ ଫର୍ମ?
🔹 ଫର୍ମ ୬ (Form 6) – ନୂତନ ଭୋଟର ଭାବେ ପଞ୍ଜୀକରଣ
🔹 ଫର୍ମ ୬A (Form 6A) – ପ୍ରବାସୀ ଭାରତୀୟ (NRI) ଭୋଟରଙ୍କ ପଞ୍ଜୀକରଣ
🔹 ଫର୍ମ ୭ (Form 7) – ଭୋଟର ତାଲିକାରୁ ନାମ ବାଦ ଦେବା କିମ୍ବା ନାମ ଅନ୍ତର୍ଭୁକ୍ତି ପ୍ରତି ଆପତ୍ତି
🔹 ଫର୍ମ ୮ (Form 8) – ଭୋଟର ତଥ୍ୟରେ ସଂଶୋଧନ, ଠିକଣା ପରିବର୍ତ୍ତନ ଓ EPIC ସମ୍ବନ୍ଧୀୟ ସେବା
ଆପଣଙ୍କ ନାମ, ଆପଣଙ୍କ ପରିଚୟ, ଆପଣଙ୍କ ଅଧିକାର। 🇮🇳
ସଚେତନ ଭୋଟର, ସଶକ୍ତ ଗଣତନ୍ତ୍ର!
#VoterRegistration #Form6 #Form6A #Form7 #Form8 #ECI #CEOOdisha
ପବିତ୍ର ବିଜୟାଦଶମୀ ତଥା ଦଶହରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା! 🙏✨
ଅଧର୍ମ ଉପରେ ଧର୍ମର ଜୟ! 🏹✨
#VijayaDashami #Dussehra #DurgaPuja #Bargarh #Odisha #HappyDussehra
Collector & DM, Baragada retweeted
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ୍ ଟଣ୍ଡନ୍ ଆଜି ଓଡ଼ିଶାର ରାଜ୍ୟପାଳ ଭାବେ ଶ୍ରୀ ବ୍ରଜମୋହନ ରାମଙ୍କୁ ଶପଥ ପାଠ କରାଇଛନ୍ତି। ଲୋକ ଭବନର ଅଭିଷେକ ହଲ୍ରେ ଅନୁଷ୍ଠିତ ଏହି ସମାରୋହରେ ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ଯାନ୍ଯ ବିଶିଷ୍ଟ ଅତିଥିଗଣ।
ମହାନ ବୈଜ୍ଞାନିକ, ଭାରତରତ୍ନ ଡଃ ଏ.ପି.ଜେ. ଅବଦୁଲ କଲାମଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି। 🙏🇮🇳
#APJAbdulKalam #MissileManOfIndia #Tribute
ଭଟଲିରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। ଏହି ଶିବିରରେ ୫୭ଟି ଅଭିଯୋଗର ଶୁଣାଣି କରାଯିବା ସହ ହିତାଧିକାରୀଙ୍କୁ ଟ୍ରାଇ-ସାଇକେଲ ଓ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଛି।
#Bargarh #PublicGrievance #Odisha #Bhatli
ଆଗମନୀର ଶୁଭ ବେଳାରେ ଶୁଭ ମହାଳୟାର ଅନେକ ଅନେକ ଶୁଭକାମନା! 🙏
#SubhaMahalaya #DurgaPuja
ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ୨୦୨୬-୨୭’ର ଶୁଭାରମ୍ଭ ! ବରଗଡ଼ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ପ୍ରଥମ ପର୍ଯ୍ୟାୟରେ ୭୦୦ ଜଣ ବରିଷ୍ଠ ନାଗରିକଙ୍କ ପୁରୀ ଶ୍ରୀମନ୍ଦିର ଦର୍ଶନ ଯାତ୍ରାର ଶୁଭାରମ୍ଭ କଲେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀବୃନ୍ଦ।
@CMO_Odisha @TourismDptt
Collector & DM, Baragada retweeted
🗳️ ନାମ ଯାଞ୍ଚ କରନ୍ତୁ, ଅଧିକାର ସୁନିଶ୍ଚିତ କରନ୍ତୁ!
📢 ବାଦ୍ ପଡ଼ିଥିବା ଓ ଯୁବ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ!
ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ SIR ପରେ ଭୋଟର ତାଲିକାରେ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକ ଏବଂ ପ୍ରଥମ ଥର ଭୋଟ ଦେବାକୁ ଥିବା ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି।
✅ ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରନ୍ତୁ।
❌ ନାମ ନଥିଲେ ଏବଂ ଆପଣ ଯୋଗ୍ୟ ହୋଇଥିଲେ, Form–6 ଦାଖଲ କରନ୍ତୁ।
🆕 ପ୍ରଥମ ଥର ଭୋଟର ହେବାକୁ ଯାଉଛନ୍ତି? ଆଜି ହିଁ ପଞ୍ଜୀକରଣ କରନ୍ତୁ।
🤝 ସହାୟତା ପାଇଁ ନିଜ BLO (ବୁଥ୍ ସ୍ତରୀୟ ଅଧିକାରୀ)ଙ୍କ ସହ ମଧ୍ୟ ଯୋଗାଯୋଗ କରନ୍ତୁ।
🌐 ନାମ ଯାଞ୍ଚ ଓ ଅନଲାଇନ୍ ଆବେଦନ ପାଇଁ voters.eci.gov.in ପରିଦର୍ଶନ କରନ୍ତୁ।
ଆପଣଙ୍କ ନାମ, ଆପଣଙ୍କ ଅଧିକାର, ଆଜି ହିଁ ଯାଞ୍ଚ କରନ୍ତୁ ଓ ପଞ୍ଜୀକରଣ କରନ୍ତୁ। 🗳️🇮🇳
#SpecialDrive #Form6 #YoungVoters #VoterRegistration #ElectoralRoll #CEOOdisha #ECI #EveryVoteMatters #MyVoteMyRight
ବରଗଡ଼ ଗାନ୍ଧୀଛକଠାରେ ଜିଲ୍ଳାସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ରାମଧୁନ, ପ୍ରଭାତ ଫେରି, ମହାନ ମନୀଷୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ, ସର୍ବଧର୍ମ ପ୍ରାର୍ଥନା ସଭା ଓ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଛି।
@CMO_Odisha @IPR_Odisha



























