ମୁଖ୍ୟ ଶାସନ ସଚିବ @ChiefSecy ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଗାମୀ ୨୦୨୭ ପୁରୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ତତ ସହିତ ପୁରୀର ଦୀର୍ଘମିଆଦୀ ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା l
ChiefSecyOdisha retweeted
Where visionaries meet innovators, cities move forward.
Bhubaneswar welcomes #UMI2026 & the 2nd National Urban Conclave, 23–25 October, bringing ideas and innovation together for connected, inclusive and sustainable cities.
India Moves. Odisha Leads.
ChiefSecyOdisha retweeted
Hon’ble Chief Minister Shri Mohan Charan Majhi will lead the Odisha delegation at #IndiaChem2026, Mumbai, on 22 October.
Meet the Odisha delegation and explore investment opportunities through key engagements, including the CEO Roundtable and one-on-one meetings with industry leaders.
Connect with Odisha. Explore Endless Opportunities.
#InvestInOdisha #InvestInFuture #SamrudhOdisha

ALT Hon’ble Chief Minister Shri Mohan Charan Majhi will lead the Odisha delegation at #IndiaChem2026, Mumbai, on 22 October. Meet the Odisha delegation and explore investment opportunities through key engagements, including the CEO Roundtable and one-on-one meetings with industry leaders. Connect with Odisha. Explore Endless Opportunities. #InvestInOdisha #InvestInFuture #SamrudhOdisha
ChiefSecyOdisha retweeted
ମୁମ୍ବାଇଠାରେ ଅକ୍ଟୋବର ୨୨ରୁ ଆରମ୍ଭ ହେଉଥିବା 'ଇଣ୍ଡିଆ କେମ୍ ୨୦୨୬' (India Chem 2026) ସମ୍ମିଳନୀରେ ଓଡ଼ିଶା ନିଜର ଶିଳ୍ପ ଦକ୍ଷତା, ବିଶାଳ ଭିତ୍ତିଭୂମି, ପ୍ରଗତିଶୀଳ ନୀତି ଏବଂ ନିବେଶ ସମ୍ଭାବନାକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ 'ଇଣ୍ଡିଆ କେମ୍ ୨୦୨୬'ର ଉଦ୍ଘାଟନୀ ସମାରୋହ ଏବଂ ହାଇ-ପ୍ରୋଫାଇଲ୍ 'ସିଇଓ ରାଉଣ୍ଡଟେବୁଲ୍' ବୈଠକରେ ଯୋଗଦେବେ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜେ. ପି. ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦେଶ-ବିଦେଶର ୨୦ରୁ ଉର୍ଦ୍ଧ୍ୱ ପ୍ରମୁଖ ଶିଳ୍ପ ସଂସ୍ଥାର କର୍ପୋରେଟ୍ ଅଧ୍ୟକ୍ଷ ମାନଙ୍କ ସହ ସିଧାସଳଖ ‘ୱାନ୍-ଟୁ-ୱାନ୍’ ଆଲୋଚନା କରିବେ। ବିଶେଷ କରି ଡାଉନ୍ଷ୍ଟ୍ରିମ୍ ଉତ୍ପାଦନ, ଶିଳ୍ପ ପ୍ରସାର ଏବଂ ନୂତନ ପ୍ରକଳ୍ପ ସ୍ଥାପନ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। #Indiachem2026 #InvestInOdisha #Odisha
ChiefSecyOdisha retweeted
A high-level meeting under @SecyChief Smt. Anu Garg, IAS, reviewed long-term preparations for Rath Yatra & Puri’s development, with @DGPOdisha Sh Vinaytosh Mishra, IPS, & Chief Administrator @SJTA_Puri Sh. Arvind Padhee, IAS. IGP, CR, Dr. Satyajit Naik, IPS, attended the meeting.
‘କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬’ର କାର୍ଯ୍ୟାନ୍ୱୟନ ନେଇ ମୁଖ୍ୟ ଶାସନ ସଚିବ @ChiefSecy ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ। ବର୍ଜ୍ୟର ଉତ୍ସସ୍ଥଳରୁ ପୃଥକୀକରଣ, ବୈଜ୍ଞାନିକ ପ୍ରକ୍ରିୟାକରଣ ଓ ନିୟମର କଡ଼ାକଡ଼ି ଅନୁପାଳନ ଉପରେ ଗୁରୁତ୍ୱ ।
ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଜୀବିକା ମିଶନ (ଓଏଲ୍ଏମ୍)ର ୫ମ ପରିଚାଳନା କମିଟି ବୈଠକ ଅନୁଷ୍ଠିତ। ଗ୍ରାମୀଣ ପରିବାରର ଆୟ ବୃଦ୍ଧି, ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ଓ ଜୀବିକା କାର୍ଯ୍ୟକ୍ରମର ପ୍ରଭାବୀ ରୂପାୟନ ଉପରେ ଗୁରୁତ୍ୱାରୋପ ।
ChiefSecyOdisha retweeted
ମାନ୍ୟବର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ପ୍ରସ୍ତୁତି ବୈଠକ:
ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ଆଗାମୀ ଅକ୍ଟୋବର ୨୮ ଓ ୨୯ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୫ ତାରିଖରେ ଖୋର୍ଦ୍ଧା ନିକଟସ୍ଥ ଭାରତୀୟ ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଓ ପ୍ରଶିକ୍ଷଣ ସଂସ୍ଥାର ଶୁଭ ଉଦ୍ଘାଟନ କରି ପ୍ରତ୍ୟାବର୍ତ୍ତନ କରିବେ।
ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରୁ ପ୍ରାପ୍ତ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ୨୫ ଅକ୍ଟୋବର ୨୦୨୬ ଅପରାହ୍ନରେ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସୂର୍ଯ୍ୟାସ୍ତ ପୂର୍ବରୁ ଖୋର୍ଦ୍ଧା ହେଲିପ୍ୟାଡରେ ପହଁଚିବେ। ସେଠାରୁ ସଡ଼କ ପଥରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଖୋର୍ଦ୍ଧା ଠାରେ କାର୍ଯ୍ୟକ୍ରମ ସ୍ଥଳରେ ପହଁଚି ଆର୍ବିଆଇର ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟର ଓ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦ୍ଘାଟନ କରିବେ। ସେଠାରେ ପ୍ରଧାନମନ୍ତ୍ରୀଙ୍କର ପ୍ରାୟ ୧ ଘଣ୍ଟା କାର୍ଯ୍ୟକ୍ରମ ରହିଛି। ଏହା ପରେ ପ୍ରଧାନମନ୍ତ୍ରୀ ସଡ଼କ ପଥରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସଂଧ୍ୟାରେ ପ୍ରତ୍ୟାବର୍ତ୍ତନ କରିବେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରିପ୍ରେକ୍ଷୀରେ ପ୍ରସ୍ତୁତି ନେଇ ସୁରକ୍ଷା ବ୍ୟବସ୍ଥା, କାର୍କେଡ ପ୍ଲାନ୍, ଜରୁରୀ କାଳୀନ ଚିକିତ୍ସା ସେବା, ପରିମଳ, ନିରବଚ୍ଛିନ୍ନ ବିଦ୍ୟୁତସେବା ଓ ପାନୀୟ ଜଳ ବ୍ୟବସ୍ଥା ମଞ୍ଚ ପ୍ରସ୍ତୁତି, ଗଣମାଧ୍ୟମକୁ ସମ୍ବାଦ ସରବରାହ ବ୍ୟବସ୍ଥା ଓ ଅନ୍ୟ ଆନୁଷଙ୍ଗିକ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
ଆସନ୍ତା ଅକ୍ଟୋବର ୨୮, ୨୯ରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଅକ୍ଟୋବର ୨୫ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ମାନ୍ୟବର ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ଜନକଲ୍ୟାଣମୂଳକ ଓ ବିକାଶମୂଳକ କାର୍ଯ୍ୟକ୍ରମରେ ଯୋଗଦେବେ।
ଏସୀୟ କ୍ରୀଡ଼ା-୨୦୨୬ରେ ସ୍ୱର୍ଣ୍ଣପଦକ ହାସଲ ସହ ୨୦୨୮ ଲସ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ କଳିଙ୍ଗ ଷ୍ଟାଡିୟମଠାରେ ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ।କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କ ବିକାଶ ପ୍ରତି ଓଡ଼ିଶାର ପ୍ରତିବଦ୍ଧତା ରାଜ୍ୟକୁ ଦେଶର ଅଗ୍ରଣୀ କ୍ରୀଡ଼ାକେନ୍ଦ୍ର ଭାବେ ଗଢ଼ିତୋଳିଛି।
ChiefSecyOdisha retweeted
ଜାପାନରେ ଅନୁଷ୍ଠିତ ଏସିଆନ୍ ଗେମ୍ସ ୨୦୨୬ରେ ଐତିହାସିକ ସ୍ୱର୍ଣ୍ଣ ପଦକ ହାସଲ କରି ଆଗାମୀ ୨୦୨୮ ଲସ୍ ଏଞ୍ଜେଲ୍ସ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।
କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ବିଜେତା ଦଳର ଖେଳାଳୀ, କୋଚ୍ ଏବଂ ସହଯୋଗୀ କର୍ମଚାରୀମାନଙ୍କୁ ପ୍ରଶଂସା କରିବା ସହ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।
ଏହି ସଫଳତା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଉଭୟ ପୁରୁଷ ଓ ମହିଳା ହକି ଦଳର ପ୍ରତ୍ୟେକ ଖେଳାଳୀଙ୍କୁ ୧୧ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ପ୍ରତ୍ୟେକ ସପୋର୍ଟ ଷ୍ଟାଫ୍ଙ୍କୁ ୫ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଇଛି।
ସମୁଦାୟ ଭାବେ ଭାରତୀୟ ପୁରୁଷ ହକି ଟିମ୍ ଓ ସପୋର୍ଟ ଷ୍ଟାଫ୍ଙ୍କ ପାଇଁ ୨ କୋଟି ୭୫ ଲକ୍ଷ ଟଙ୍କା ଏବଂ ମହିଳା ହକି ଟିମ୍ ପାଇଁ ୨ କୋଟି ୮୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଉଭୟ ପୁରୁଷ ଓ ମହିଳା ଦଳଙ୍କୁ ଓଡ଼ିଶା ପକ୍ଷରୁ ୫.୬୧ କୋଟି ଟଙ୍କା ପୁରସ୍କାର ଦିଆଯାଇଛି।
ଏହା ସହିତ ଭାରତୀୟ ଦଳର ଓଡ଼ିଆ ଖେଳାଳୀ ଅମିତ ରୋହିଦାସ, ଶିଳାନନ୍ଦ ଲାକ୍ରା ଏବଂ ସୁନେଲିତା ଟପ୍ପୋଙ୍କୁ ସେମାନଙ୍କର ଅସାଧାରଣ ଯୋଗଦାନ ପାଇଁ ସ୍ୱତନ୍ତ୍ର ଭାବେ ୨୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି।
#Odisha4Hockey #hockey
ChiefSecyOdisha retweeted
ବଜ୍ରପାତଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହ୍ରାସ ସହ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାର ଆଉ ଏକ ପଦକ୍ଷେପ।
ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟ ବଜ୍ରପାତ ସୁରକ୍ଷା କର୍ମଶାଳାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ @sureshkpujari ଉଦ୍ଘାଟନ କରିଛନ୍ତି। ବଜ୍ରପାତଜନିତ ମୃତ୍ୟୁ ଓ କ୍ଷୟକ୍ଷତି ହ୍ରାସ କରିବା ସହ ଜନଜୀବନର ସୁରକ୍ଷା ସୁନିଶ୍ଚିତ କରିବା ଆମର ପ୍ରାଥମିକତା। ବୈଜ୍ଞାନିକ ଜ୍ଞାନ, ଆଧୁନିକ ପ୍ରଯୁକ୍ତି ଏବଂ ବିଶେଷଜ୍ଞଙ୍କ ଅଭିଜ୍ଞତାର ସମନ୍ୱୟ ମାଧ୍ୟମରେ ବଜ୍ରପାତର ପ୍ରଭାବକୁ କିପରି ହ୍ରାସ କରାଯାଇପାରିବ, ସେ ଦିଗରେ ସାମୂହିକ ପ୍ରୟାସ ଜରୁରୀ ବୋଲି ମାନ୍ୟବର ମନ୍ତ୍ରୀ ଏହି ଅବସରରେ କହିଛନ୍ତି।
OSDMA ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଦେଶର ପ୍ରମୁଖ ବୈଜ୍ଞାନିକ, ଗବେଷକ ଓ ବିଶେଷଜ୍ଞମାନେ ଏକତ୍ରିତ ହୋଇ ବଜ୍ରପାତର ପୂର୍ବାନୁମାନ, ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ଏବଂ ଜନସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି।
ଏହି କର୍ମଶାଳାରୁ ବଜ୍ରପାତ ସୁରକ୍ଷା ପାଇଁ ମାନକ ପରିଚାଳନା ପ୍ରକ୍ରିୟା (SOP) ଏବଂ ‘ବଜ୍ରପାତ ସୁରକ୍ଷିତ ଓଡ଼ିଶା: ୨୦୨୭ କାର୍ଯ୍ୟଯୋଜନା ଓ ୨୦୨୭–୨୦୩୦ ରୋଡ୍ମ୍ୟାପ୍’ ପ୍ରସ୍ତୁତି ଦିଗରେ ଆଲୋଚନା କରାଯାଉଛି। ଜନସାଧାରଣଙ୍କ ଜୀବନରକ୍ଷା ଓ ବିପର୍ଯ୍ୟୟଜନିତ କ୍ଷୟକ୍ଷତି ହ୍ରାସକୁ ଗୁରୁତ୍ୱ ଦେଇ ଓଡ଼ିଶା ସରକାର ଏକ ସୁରକ୍ଷିତ ଓ ବିପର୍ଯ୍ୟୟ-ସହନଶୀଳ ଓଡ଼ିଶା ଗଠନ ପାଇଁ ପ୍ରତିବଦ୍ଧ।
#Odisha #OSDMA #LightningSafety #DisasterManagement #ZeroCasualty
ChiefSecyOdisha retweeted
ବିକାଶର ନୂଆ ପୃଷ୍ଠା। ୧୦ ବର୍ଷରେ ମାଛ ଉତ୍ପାଦନ ଦୁଇଗୁଣ ବୃଦ୍ଧି।
ମାଛଚାଷୀଙ୍କ ପ୍ରଚେଷ୍ଟା ଏବଂ ରାଜ୍ୟ ସରକାରଙ୍କ ସଫଳ ନୀତି ଯୋଗୁଁ ରାଜ୍ୟରେ ମାଛ ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛି।
ChiefSecyOdisha retweeted
ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ହାସଲ କରି ୨୦୨୮ ଲସ୍ ଏଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ କଳିଙ୍ଗ ଷ୍ଟାଡିଅମଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି। ଉଭୟ ଦଳର ଚାମ୍ପିଅନ ହେବା ସମଗ୍ର ଦେଶ ପାଇଁ ଗର୍ବର ବିଷୟ ବୋଲି ଉଲ୍ଲେଖ କରିବା ସହ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଖେଳାଳିଙ୍କୁ ₹୧୧ ଲକ୍ଷ ଓ ସପୋର୍ଟ ଷ୍ଟାଫ୍ଙ୍କୁ ₹୫.୫୦ ଲକ୍ଷ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।
କ୍ରୀଡା ଓ କ୍ରୀଡ଼ାବିତ୍ଙ୍କ ପ୍ରତି ପ୍ରତିବଦ୍ଧତା ଦୋହରାଇ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ସର୍ବଦା ଖେଳାଳିମାନଙ୍କ ସଫଳତାର ପ୍ରମୁଖ ସହଯୋଗୀ ହୋଇ ରହିବ ଏବଂ ରାଜ୍ୟକୁ ଦେଶର ଅଗ୍ରଣୀ କ୍ରୀଡ଼ା ରାଜଧାନୀ ଭାବେ ଗଢ଼ିତୋଳିବାକୁ ସରକାର ସଂକଳ୍ପବଦ୍ଧ।
Hon’ble Chief Minister felicitated the Indian men’s and women’s hockey teams at a grand ceremony at Kalinga Stadium for winning gold medals at the 2026 Asian Games and qualifying for the 2028 Los Angeles Olympics. Describing their victories as a matter of pride for the entire nation, he awarded ₹11 lakh to each player and ₹5.50 lakh to each member of the support staff. Reaffirming his commitment to sports and sportspersons, the Chief Minister stated that Odisha would always remain a steadfast partner in their success and reiterated the Government’s resolve to develop the state into one of the country’s leading sporting capitals.










































