ବାତ୍ୟା 'ଅର୍ଣ୍ଣବ' (ARNAB) ସଙ୍କଟ ସମୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ସ୍ୱାସ୍ଥ୍ୟ ସେବା ଓ ମାନବିକ ସହାୟତା ପ୍ରଦାନ ଜାରି ରହିଛି। ଏହି ପଦକ୍ଷେପ ସ୍ଵରୂପ, କୋରୁକୋଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ବଦିଲି,
ବାତ୍ୟା ସ୍ଥିତିର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମାଥିଲି ବ୍ଲକ ଅନ୍ତର୍ଗତ କର୍ତ୍ତନପାଲ୍ଲୀ ପଞ୍ଚାୟତର ଉଦୟଗିରି ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ମାନ୍ୟବର ମନ୍ତ୍ରୀ ସ୍ଥାନୀୟ ଲୋକମାନଙ୍କୁ ସିଧାସଳଖ ଭେଟି
ମାଲକାନଗିରି ଜିଲ୍ଲା ପ୍ରଭାରୀ ତଥା ମାନ୍ୟବର ମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ନୂଆଗୁଡ଼ା ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।
ଜିଲ୍ଲା ପ୍ରଭାରୀ ତଥା ମାନ୍ୟବର ମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମାଲକାନଗିରି ଜିଲ୍ଲାର ମୁଣ୍ଡାଗୁଡ଼ା ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ଜାନିଗୁଡା ବିଦ୍ୟାଳୟ ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ବିପନ୍ନ ପରିବାରମାନଙ୍କ ମନରେ ଉତ୍ସାହ ଓ ସକାରାତ୍ମକ ମନୋଭାବ ସୃଷ୍ଟି କରିବା ପାଇଁ ଓଡ଼ିଆ ଚଳଚ୍ଚିତ୍ର 'ଦମନ' (DAMaN) ପ୍ରଦର୍ଶନ କରାଯାଇଛି। ସଙ୍କଟ ସମୟରେ ମଧ୍ୟ ପ୍ରଶାସନର ଏହି ପ୍ରୟାସ ଜନସାଧାରଣଙ୍କ ମନରେ ମନୋରଞ୍ଜନ ସହ ଏକ ନୂଆ ଭରସା ଆଣିଦେଇଛି।
କୁଡୁମୁଲୁଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ସ୍ଥାନୀୟ ସରପଞ୍ଚ ଏବଂ ପି.ଆର.ଆଇ ସଦସ୍ୟମାନଙ୍କ ଉପସ୍ଥିତିରେ ବିପନ୍ନ ଚାଷୀମାନଙ୍କୁ ଗୋ-ଖାଦ୍ୟ ବଣ୍ଟନ କରାଯାଇଛି। ବାତ୍ୟା ଜନିତ ଆପଦା ସମୟରେ ମୂକ ଗୋରୁଗାଈମାନଙ୍କ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ଏବଂ ପ୍ରାଣୀସମ୍ପଦର ଜୀବନ ରକ୍ଷା କରିବା ହିଁ ଏହି ଜରୁରୀକାଳୀନ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ବାତ୍ୟା 'ଅର୍ଣ୍ଣବ'ର ମୁକାବିଲା ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ପେର୍ମାରାଶି ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାକାର ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଛନ୍ତି ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ରହିଥିବା
ବାତ୍ୟା 'ଅର୍ଣ୍ଣବ' (Cyclone Arnab) ର ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ ସତର୍କତା ବ୍ୟବସ୍ଥାର ପ୍ରତ୍ୟକ୍ଷ ସମୀକ୍ଷା କରିଛନ୍ତି ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ତଥା ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ
ଶ୍ରୀ ନିତ୍ୟାନନ୍ଦ ଗଣ୍ଡ। ଜିଲ୍ଲା କାର୍ଯ୍ୟାଳୟର ସ୍ପେଶାଲ କଣ୍ଟ୍ରୋଲ ରୁମରେ ଉପସ୍ଥିତ ରହି ସେ କମ୍ପ୍ୟୁଟର ଟ୍ରାକିଂ ସିଷ୍ଟମ ମାଧ୍ୟମରେ ବାତ୍ୟାର ସାମ୍ପ୍ରତିକ ସ୍ଥିତି ଏବଂ ବିଭିନ୍ନ ବ୍ଲକରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ଅନୁଧ୍ୟାନ କରିଛନ୍ତି। ବାତ୍ୟା ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ତ୍ୱରିତ ଗତିରେ ରିଲିଫ୍ ବଣ୍ଟନ
ବାତ୍ୟା #CycloneArnab କୁ ଦୃଷ୍ଟିରେ ରଖି ସ୍ଥାନାନ୍ତରିତ ହୋଇଥିବା ଲୋକମାନଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଆଶ୍ରୟସ୍ଥଳୀରେ ରହୁଥିବା ଶିଶୁ, ମହିଳା ଓ ଅନ୍ୟ ସମସ୍ତ ନାଗରିକଙ୍କୁ ଗରମ ଓ ସ୍ୱଚ୍ଛ ଖାଦ୍ୟ ନିୟମିତ ଯୋଗାଇ ଦିଆଯାଉଛି।
ବାତ୍ୟା '#CycloneArnab' ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି! 🚨 ଜିଲ୍ଲାରେ ଉପୁଡ଼ି ପଡ଼ିଥିବା ଗଛ ଓ ରାସ୍ତାଘାଟର ପ୍ରତିବନ୍ଧକ ହଟାଇ ଜନଜୀବନକୁ ସ୍ୱାଭାବିକ କରିବା ପାଇଁ ପ୍ରଶାସନର କ୍ଷେତ୍ରୀୟ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। 🙏
ବାତ୍ୟା ଜନିତ ସ୍ଥିତିର ସଫଳ ପରିଚାଳନା ପାଇଁ ମାଲକାନଗିରି ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ (District Emergency Control Room) ଠାରେ ୨୪x୭ କ୍ରମାଗତ ଅନୁଧ୍ୟାନ ଜାରି ରହିଛି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗର ନିର୍ଦ୍ଦେଶକ ତଥା ମାଲକାନଗିରି ଜିଲ୍ଲା ବାତ୍ୟା ପରିଚାଳନା ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଡ. ୟେଦୁଲା ବିଜୟ (IAS)
ବାତ୍ୟା ସମୟରେ ଗୋପାଳକଙ୍କ ସୁବିଧା ଓ ଗୋରୁଗାଈଙ୍କ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଗ୍ରାମାଞ୍ଚଳରେ ଚାଷୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ଶୁଖିଲା ଖାଦ୍ୟ ଏବଂ ସବୁଜ ନଡ଼ା/ଘାସ ଯୋଗାଇ ଦିଆଯାଉଛି। ସୁରକ୍ଷିତ ରୁହନ୍ତୁ, ସତର୍କ ରୁହନ୍ତୁ! @farddepartment @SRC_Odisha @rdmodisha @IPR_Odisha









































